OR/700430 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଆମେ ବଦ୍ଧ କାରଣ ଏହି ଜଡ ଅପେକ୍ଷା ଆମର ଉଚ୍ଚତମ ସ୍ଥିତି, ତାହା ଆମେ ଅପବ୍ୟବହାର କରୁଛୁ। ଆମେ କିପରି ଅପବ୍ୟବହାର କରୁଛୁ? ଆମେ ଭୁଲି ଯାଇଛୁ ଯେ ଯଦିଓ ମୁଁ ଏହି ଜଡ ଅପେକ୍ଷା ଉନ୍ନତ ଶକ୍ତି, କିନ୍ତୁ ତଥାପି, ମୁଁ ଭଗବାନଙ୍କ ଅଧୀନ ଅଟେ। ସେ ଭୁଲିଯାଉଛନ୍ତି। ଆଧୁନିକ ସଭ୍ୟତା, ସେମାନେ ଭଗବାନଙ୍କ ଯତ୍ନ ନିଅନ୍ତି ନାହିଁ, କାରଣ ଲୋକମାନେ ଜଡବସ୍ତୁଠାରୁ ଶ୍ରେଷ୍ଠ ଅଟନ୍ତି । ସେମାନେ କେବଳ ବସ୍ତୁକୁ ବିଭିନ୍ନ ଉପାୟରେ ଶୋଷଣ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେମାନେ ଭୁଲିଯାଉଛନ୍ତି ଯେ ଆମେ ହୁଏତ ଆମେରିକୀୟ କିମ୍ବା ଋଷିଆ କିମ୍ବା ଚୀନ୍ କିମ୍ବା ଭାରତ ହୋଇପାରିବା, ଆମେ ସମସ୍ତେ ଭଗବାନଙ୍କ ଅଧୀନ ଅଟୁ। ଏହା ହେଉଛି ଭୁଲ । କୃଷ୍ଣ ଭୁଲିଆ ଜୀବ ଭୋଗ ବାଞ୍ଛା କରେ (ପ୍ରେମ-ବିବର୍ତ ) । ସେମାନେ କୃଷ୍ଣଙ୍କୁ ଭୁଲି ଯାଇଛନ୍ତି, ଏବଂ ସେମାନେ ଏହି ଭୌତିକ ଜଗତକୁ ଉପଭୋଗ କରିବାକୁ ଚାହୁଁଛନ୍ତି । ଏହା ସେମାନଙ୍କର ରୋଗ । ବର୍ତ୍ତମାନ ଆମର କର୍ତ୍ତବ୍ୟ ହେଉଛି ସେମାନଙ୍କର କୃଷ୍ଣ ଭାବନାମୃତକୁ ଆହ୍ୱାନ କରିବା ଯେ, "ତୁମେ ଶ୍ରେଷ୍ଠ, ଠିକ୍ ଅଛି। କିନ୍ତୁ ତୁମେ କୃଷ୍ଣଙ୍କ ଅଧୀନରେ ଅଛ ।"
700430 - ପ୍ରବଚନ ISO 01 - ଲସ ଆ଼ଞ୍ଜେଲ୍ସ