OR/700508 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ଚୈତନ୍ୟ ମହାପ୍ରଭୁଙ୍କ ଏହି ଦର୍ଶନ ଯେ, ଜୀବେର ସ୍ୱରୂପ ହୟ ନିତ୍ୟ କୃଷ୍ଣ ଦାସ ( ଚ.ଚ. ମଧ୍ୟ ୨୦.୧୦୮)। ଏକ ଜୀବତ୍ମା କୃଷ୍ଣଙ୍କର ଚିର ସେବକ, ସେ ହୁଏତ ସ୍ୱୀକାର କରେ ଅଥବା ସ୍ୱୀକାର କରେ ନାହିଁ। ସେଥିରେ କିଛି ଫରକ ପଡ଼େ ନାହିଁ । ସେ ଜଣେ ସେବକ। ଯେପରି ଜଣେ ନାଗରିକ ଆଇନ ପାଳନ କରନ୍ତି କିମ୍ବା ରାଜ୍ୟର ଅଧୀନ ଅଟନ୍ତି। ସେ କହିପାରନ୍ତି ଯେ "ମୁଁ ରାଜ୍ୟ ପାଇଁ ଖାତିର କରେ ନାହିଁ", ପୋଲିସ୍ କିମ୍ବା ସେନା ଦ୍ଵାରା ସେ ବାଧ୍ୟ ହେବେ ଗ୍ରହଣ କରିବାକୁ । ତେଣୁ ଜଣେ କୃଷ୍ଣଙ୍କୁ ମାଲିକ ଭାବରେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ଅନ୍ୟ ଜଣେ ସ୍ୱେଚ୍ଛାକୃତ ଭାବରେ ସେବା ପ୍ରଦାନ କରୁଛନ୍ତି। ତାହା ହେଉଛି ପାର୍ଥକ୍ୟ। କିନ୍ତୁ କେହି କୃଷ୍ଣଙ୍କର ସେବାରୁ ମୁକ୍ତ ନୁହଁନ୍ତି। ଏହା ସମ୍ଭବ ନୁହେଁ। "
700508 - ପ୍ରବଚନ ISO 06 - ଲସ ଆ଼ଞ୍ଜେଲ୍ସ