OR/700614 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ଆମେ ସମସ୍ତଙ୍କୁ ସୁଯୋଗ ଦେଉଛୁ: ତୁମେ ତୃତୀୟ ଶ୍ରେଣୀ, ଚତୁର୍ଥ ଶ୍ରେଣୀ, ପଞ୍ଚମ ଶ୍ରେଣୀ, ଦଶମ ଶ୍ରେଣୀ ବୋଲି କେବେ ଚିନ୍ତା କର ନାହିଁ। ତୁମେ ଯାହା ବି ହେଉ, ତୁମେ ପ୍ରଥମ ଶ୍ରେଣୀ ହେବାକୁ ଆସିଛ। ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ। ଆମର କୌଣସି ପ୍ରଭେଦ ନାହିଁ। କୃଷ୍ଣଙ୍କର ସେପରି କିଛି ନାହିଁ। କୃଷ୍ଣ କୁହନ୍ତି:
ମାଂ ହି ପାର୍ଥ ବ୍ୟପାଶ୍ରିତ୍ୟ
ୟେଽପି ସ୍ୟୁଃ ପାପୟୋନୟଃ
(ଭ.ଗୀ. ୯.୩୨)

'ମୋର ପ୍ରିୟ ଅର୍ଜୁନ, ଯଦି କେହି କୃଷ୍ଣ ଭାବନାମୃତକୁ ଗ୍ରହଣ କରନ୍ତି, ଚିନ୍ତା କର ନାହିଁ, ସେ ଏକ ଘୃଣ୍ୟ ପରିବାରରେ ଜନ୍ମଗ୍ରହଣ କରିଛନ୍ତି, 'ସ୍ତ୍ରୀୟୋ ବୈଶ୍ୟ ତଥା ଶୁଦ୍ର' କିମ୍ବା ମାନବ ସମାଜରେ, କମ୍ ବୁଦ୍ଧିମାନ ଶ୍ରେଣୀରେ ଜନ୍ମ, ଯେପରି ଶୁଦ୍ର କିମ୍ବା ମହିଳା । ଆଦୌ ଚିନ୍ତା କର ନାହିଁ । ସେ ଯାହା ବି ହେଉ କିମ୍ବା ସେ ହୋଇପାରନ୍ତି, ଯଦି ସେ କୃଷ୍ଣ ଭାବନାମୃତ ନେଇଯାଆନ୍ତି, ତେଽପି ଯାନ୍ତି ପରାଂ ଗତିମ୍ ତେବେ ସେମାନେ ମଧ୍ୟ ସେହି ସ୍ଥରକୁ ଉନ୍ନୀତ ହୁଅନ୍ତି ଯେଉଁଠାରୁ ସେ ଭଗବାନଙ୍କ ଘରକୁ ଫେରିପାରିବେ । ତେଣୁ ଆମ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଆମେ କହୁନାହୁଁ 'ତୁମେ ଆସିବ ନାହିଁ' । ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ, 'ପ୍ରସାଦ ନିଅ, ହରେ କୃଷ୍ଣ ଜପ କର' । ତାହା ହେଉଛି ଆମର କାର୍ଯ୍ୟକ୍ରମ। "

700614 - ପ୍ରବଚନ Srila Baladeva Vidyabhusana Appearance - ଲସ ଆ଼ଞ୍ଜେଲ୍ସ