OR/700622 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ଲସ ଆ଼ଞ୍ଜେଲ୍ସ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ତେଣୁ ସେହି କେନ୍ଦ୍ରୀଭୂତ ଆଖିରେ କୃଷ୍ଣଙ୍କୁ ଦେଖିବାକୁ ଚେଷ୍ଟା କର - 'କୃଷ୍ଣ କେଉଁଠାରେ'? ଏଠାରେ... କୃଷ୍ଣ ତୁମର ହୃଦୟରେ ଅଛନ୍ତି। ଈଶ୍ୱରଃ ସର୍ବ ଭୂତାନାଂ (ଭ.ଗୀ. ୧୮.୬୧) । ସେ ପରମାଣୁ ଭିତରେ ଅଛନ୍ତି । ସେ ସବୁଆଡେ ଅଛନ୍ତି। ତେଣୁ ସେବା ଦ୍ଵାରା ଆମେ ହୃଦୟଙ୍ଗମ କରିପାରିବା। ଅତଃ ଶ୍ରୀ-କୃଷ୍ଣ-ନାମାଦି ନ ଭଵେଦ

ଗ୍ରାହ୍ୟମ ଇନ୍ଦ୍ରିୟଇଃ (ଚ.ଚ. ମଧ୍ୟ ୧୭.୧୩୬) । ଯଦି ଆମେ କୃଷ୍ଣଙ୍କୁ ଦେଖିବାକୁ ଚାହୁଁ, କୃଷ୍ଣଙ୍କୁ ସ୍ପର୍ଶ କରିବାକୁ ଚାହୁଁ, ଆମର ଏହି ଭୌତିକ ଇନ୍ଦ୍ରିୟଗୁଡିକ ଦ୍ଵାରା, ଏହା ସମ୍ଭବ ନୁହେଁ । ଏହି ଇନ୍ଦ୍ରିୟଗୁଡିକ ଶୁଦ୍ଧ ହେବାକୁ ହେବ । ଏହା କିପରି ଶୁଦ୍ଧ ହୁଏ? ସେବୋନମୁଖେ ହି ଜିହ୍ଵାଦୌ (ଭ.ର.ସି. ୧.୨.୨୩୪)।: ସେବା । ଏବଂ ସେବା କେଉଁଠାରୁ ଆରମ୍ଭ ହେଉଛି? ସେବା ଆରମ୍ଭ ହୁଏ ଜିହ୍ଵାଦୌ, ଜିଭରୁ । ସେବା ଜିଭରୁ ଆରମ୍ଭ ହୁଏ । ତୁମେ ଜପ କର । ତେଣୁ ଆମେ ତୁମକୁ ଜପ କରିବାକୁ ମାଳା ଦେଉଛୁ । ତାହା ହେଉଛି ସେବା ଆରମ୍ଭ: ଜପ କରିବା । ଯଦି ତୁମେ ଜପ କର, ତେବେ ସ୍ଵୟଂ ଏବ ସ୍ପୁରତି ଅଦଃ । କୃଷ୍ଣଙ୍କ ନାମ ଶୁଣି ତୁମେ କୃଷ୍ଣଙ୍କ ରୂପ ବୁଝିବ, ତୁମେ କୃଷ୍ଣଙ୍କ ଗୁଣ ବୁଝିବ, ତୁମେ କୃଷ୍ଣଙ୍କ ଲୀଳା, ତାଙ୍କର ସର୍ବଶକ୍ତି ବୁଝିବ । ସବୁକିଛି ପ୍ରକାଶ ପାଇବ। "

700622 - ପ୍ରବଚନ Initiation - ଲସ ଆ଼ଞ୍ଜେଲ୍ସ