OR/710317 ପ୍ରବଚନ - ଶ୍ରୀଲ ପ୍ରଭୁପାଦ ମୁମ୍ବାଇ ରେ ତାଙ୍କ ଅମୃତ ବାଣୀ କହୁଛନ୍ତି

OR/Oriya - ଶ୍ରୀଲ ପ୍ରଭୁପାଦଙ୍କ ଅମୃତ ବାଣୀ
"ସର୍ବପ୍ରଥମେ, ଆମେ ଜାଣୁ ନାହିଁ ଯେ ଆମେ ପ୍ରତ୍ୟେକ ପଦକ୍ଷେପରେ ଯନ୍ତ୍ରଣା ଭୋଗୁଛୁ। ଆପଣ କାହିଁକି ଏହି ପଙ୍ଖା ବ୍ୟବହାର କରୁଛନ୍ତି? କାରଣ ଆପଣ ଯନ୍ତ୍ରଣା ଭୋଗୁଛନ୍ତି। କାରଣ ଅତ୍ୟଧିକ ଉତ୍ତାପକୁ ଆପଣ ସହ୍ୟ କରିପାରିବେ ନାହିଁ, ଯନ୍ତ୍ରଣା ଭୋଗୁଛନ୍ତି। ସେହିପରି ଶୀତ ଋତୁରେ ଏହି ପବନ ହେବ। ଅନ୍ୟ ଏକ ଦୁଃଖ । ଆମେ କବାଟ ବନ୍ଦ କରି ଦେଇଛୁ ଯାହା ଦ୍ଵାରା ପବନ ଆସିବ ନାହିଁ। ବର୍ତ୍ତମାନ ପବନ ଦୁଃଖକୁ ପ୍ରତିରୋଧ କରୁଛି ଏବଂ ଅନ୍ୟ ଏକ ଋତୁରେ ସମାନ ପବନ ଯନ୍ତ୍ରଣା ଦେବ । ତେଣୁ, ପବନ ଦୁଃଖର କାରଣ ଏବଂ ଏହା ତଥାକଥିତ ସୁଖର କାରଣ ମଧ୍ୟ ଅଟେ । ପ୍ରକୃତରେ ଆମେ କେବଳ ଯନ୍ତ୍ରଣା ଭୋଗୁଛୁ, ଯାହା ଆମେ ଜାଣୁ ନାହୁଁ। କିନ୍ତୁ ଆମେ ଭଗବାନ କୃଷ୍ଣଙ୍କଠାରୁ ସୂଚନା ପାଇଥାଉ ଯେ ଏହି ସ୍ଥାନଟି ଦୁଃଖାଲୟମଶାଶ୍ୱତମ୍ ( ଭ.ଗୀ. ୮.୧୫) । ଏହା ଏକ ଦୁଃଖର ସ୍ଥାନ । ତୁମେ କୌଣସି ସୁଖ ଆଶା କରିପାରିବ ନାହିଁ। ତାହା ହେଉଛି ଆମର ମୂର୍ଖତା। "
710317 - ପ୍ରବଚନ TLC - ମୁମ୍ବାଇ