OR/Prabhupada 0156 - ଯାହା ତୁମେ ଭୁଲିଯାଇଛ ତାହା ମୁଁ ଶିଖେଇବାକୁ ଚେଷ୍ଟା କରୁଛି



Arrival Address -- London, September 11, 1969

ସମ୍ଵାଦକ: ମହାଶୟ, ଆପଣ କ'ଣ ଶିଖେଇବା ପାଇଁ ଚେଷ୍ଟା କରୁଛନ୍ତି?

ପ୍ରଭୁପାଦ: ଯାହା ତୁମେ ଭୁଲିଯାଇଛ ତାହା ମୁଁ ଶିଖେଇବାକୁ ଚେଷ୍ଟା କରୁଛି ।

ଭକ୍ତ: ହରିବୋଲ୍! ହରେ କୃଷ୍ଣ! (ହାସ୍ୟ)

ସମ୍ଵାଦକ: ତାହା କ'ଣ?

ପ୍ରଭୁପାଦ: ସେ ହେଉଛନ୍ତି ଭଗବାନ । ତୁମମାନଙ୍କ ମଧ୍ୟରୁ କେତେ ଜଣ କହୁଛନ୍ତି ଭଗବାନ ନାହାଁନ୍ତି, କେତେ ଜଣ କହୁଛନ୍ତି ଭଗବାନ ମରିଯାଇଛନ୍ତି, ଏବଂ ତୁମମାନଙ୍କ ମଧ୍ୟରୁ କେତେ ଜଣ କହୁଛନ୍ତି ଭଗବାନ ଅବ୍ୟକ୍ତିକ କିମ୍ଵା ଶୂନ୍ୟ ଅଟନ୍ତି । ଏହି ସବୁ ନିରର୍ଥକ କଥା । ତେବେ ମୁଁ ଏହିସବୁ ନିରର୍ଥକ ମାନଙ୍କୁ ଶିଖେଇବା ପାଇଁ ଚାହୁଁଛି ଯେ ଭଗବାନ ଅଛନ୍ତି । ତାହା ମୋର ଲକ୍ଷ୍ୟ । ଯେ କୌଣସି ନିରର୍ଥକ ମୋ ପାଖକୁ ଆସିପାରିବ, ମୁଁ ପ୍ରମାଣ କରିଦେବି ଯେ ଭଗବାନ ଅଛନ୍ତି । ତାହା ହେଉଛି ମୋର କୃଷ୍ଣ ଚେତନା ଆନ୍ଦୋଳନ । ନାସ୍ତିକ ଲୋକମାନଙ୍କ ପାଇଁ ଏହା ଏକ ଆହ୍ଵାନ । ଭଗବାନ ଅଛନ୍ତି । ଯେପରି ଆମେ ଏଠାରେ ସାମ୍ନା ସାମ୍ନି ହୋଇ ବସିଛୁ, ତୁମେ ଭଗବାନଙ୍କୁ ସାମ୍ନା ସାମ୍ନି ଦେଖିପାରିବ । ଯଦି ତୁମେ ଦାୟିତ୍ଵବାନ ଏବଂ ଯଦି ତୁମେ ଗମ୍ଭୀର, ଏହା ସମ୍ଭବ ହୋଇପାରିବ । ଦୁର୍ଭାଗ୍ୟବଶତଃ, ଆମେ ଭଗବାନଙ୍କୁ ଭୁଲିଯିବା ପାଇଁ ଚେଷ୍ଟା କରୁଛୁ; ସେଥିପାଇଁ ଆମେ ଜୀବନର ଏତେ ସାରା ଦୁଃଖକୁ ଆଲିଙ୍ଗନ କରିଛୁ । ତେଣୁ ମୁଁ କେବଳ ପ୍ରଚାର କରୁଛି ଯେ ତୁମେ କୃଷ୍ଣ ଚେତନାଶୀଳ ହୁଅ ଏବଂ ସୁଖୀ ହୋଇଯାଅ । ମାୟାର ଏହି ନିରର୍ଥକ ଢ଼େଉରେ, କିମ୍ଵା ଭ୍ରମରେ ଏପାଖ ସେପାଖ ହୁଅ ନାହିଁ । ତାହା ହେଉଛି ମୋର ଅନୁରୋଧ ।

ଭକ୍ତ: ହରିବୋଲ!